2 Damodar Dash
ଗାୟକଶ୍ରୀ ଦାମୋଦର ଦାଶ
ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚ ଶିକ୍ଷିତ ଗାୟକ ଆସି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକଶ୍ରୀ ଦାମୋଦର ଦାଶ । ୧୯୫୩ ମସିହା ଡିସେମ୍ବର ୧୧ ତାରିଖରେ ଭଦ୍ରକ ଜିଲ୍ଲାର ଧାମନଗର ନିକଟ ପଳିକିରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦାମୋଦର । ବାପା କାର୍ତିକ ଚନ୍ଦ୍ର ଦାଶ ଓ ମାଆ ରୁକ୍ମିଣୀ ଦେବୀଙ୍କ ଜ୍ୟେଷ୍ଠ ପୁତ୍ର । ଜେଜେବାପା ବାସୁଦେବ ଦାଶ ଥିଲେ ଜଣେ ଜଣାଶୁଣା ପୁରାଣ ପଣ୍ଡା । ବାପା କାର୍ତିକ ଦାଶ ମଧ୍ୟ ଜଣେ ପ୍ରତିଷ୍ଠିତ କର୍ମକାଣ୍ଡୀ ବ୍ରାହ୍ମଣ ଥିଲେ । ଘରେ ବିଭିନ୍ନ ପୁରାଣ ଆଲୋଚନା ଏବଂ ସଂସ୍କୃତ ତର୍କ ପ୍ରତିଦିନ ହେଉଥିଲା, ଯାହାର ପ୍ରଭାବ ଶୈଶବରୁ ପଡିଥିଲା ଦାମୋଦରଙ୍କ ଉପରେ ।