1H Markandeya Bahinipati
ଗାୟକ ପାଠାଗାର ମାର୍କଣ୍ଡେୟ ବାହିନୀପତି
୧୯୬୪ ମସିହାର ଘଟଣା । ଶ୍ରୀଗଣେଶ ପୂଜା ଉପଲ୍ଲକ୍ଷେ ଜଟଣୀ ନିକଟସ୍ଥ ରାମଚନ୍ଦ୍ରପୁରରେ ବାଦୀପାଲାର ଆୟୋଜନ ହୋଇଥାଏ । ତତ୍କାଳୀନ ସ୍ୱନାମଧନ୍ୟ ଗାୟକ ମାର୍କଣ୍ଡେୟ ବାହିନୀପତି ଆସିଥାନ୍ତି ପାଲା ଗାଇବାକୁ । ସେ ବର୍ଷ ମରୁଡି ପଡିଥିବାରୁ ମଂଚରେ ବିଶେଷ ଜନସମାଗମ ହେଉନଥାଏ । ଏହାର କାରଣ ପଚାରିବାରୁ ଜଣେ ପାଳିଆ କହିଲେ, ‘ଆଜ୍ଞା ମରୁଡିରେ ତ ଧାନଗଛ ଜଳିଲାଣି, ଆଉ ପାଲା ଶୁଣିବାକୁ ଆସିବ କିଏ ।’ ହଠାତ୍ ବାହିନୀପତି କହିଲେ, ‘ଆସନ୍ତାକାଲି ବର୍ଷା ହେବ ।’ ସହକର୍ମୀ କହିଲେ,‘ଆପଣ କଣ ଇନ୍ଦ୍ର କି ? ବାହିନୀପତି କହିଲେ, ‘ଯଦି କାଲି ବର୍ଷା ନହେବ ମୁଁ ବ୍ରାହ୍ମଣ ପିଲା ନୁହେଁ, ପଇତା ଛିଣ୍ଡାଇଦେବି ।’