Issue Date
12 Aug, 2020

Genres
ଗାୟକ 'ଶ୍ରୀ' ଦାମୋଦର ଦାଶ
ଧରା ଧରି ତେଲାତେଲି କରି ମୁଁ ପାଇଛି ପୁରସ୍କାର
ଉପାଧି ଉପରେ ଉପାଧି ଆସି, ପଡୁଛି ଦୁର ଦାର ।।୦।।
ଆଖପାଖରେ ଯେତେକ ସଭା, ସବୁଠି ଆଗ ହୁଏ ମୁଁ ଉଭା
ସବୁ ଫଟୋରେ ଚେହେରା ମୋର, ଦିଶୁଛି ପରିଷ୍କାର ।।୧।।
ସବୁ ସଭାରେ ମୁଁ ସଭାପତି, ଭାଷଣ ମୋର ବହଳ ଅତି
ସବୁ ଖବରକାଗଜେ ବସେ, ସେଇ ସମ୍ବାଦ ମୋର ।।୨।।
ଚେଲା ଚାମଣ୍ଡା କରିଛି କେତେ, ପଦବୀ ବାଣ୍ଟେ ଯାହାକୁ ଯେତେ
କିଏ ବା କ'ଣ କହୁଛି ମୋତେ, କରେନା କିଛି ଖାତର ।।୩।।
ଆଗରୁ ମୋତେ ବଇନା ଦିଅ, କେଉଁ ଉପାଧି ଚାହୁଁଛ କୁହ
ଅସରନ୍ତି ମୋ ଭଣ୍ଡାର ଘର, ମାଲ୍ ଟା ଖାଲି ଛାଡ଼ ।।୪।।