Issue Date
25 Apr, 2020

Genres
(ଆଦ୍ୟ ପ୍ରାନ୍ତାନୁପ୍ରାସ- ଛ)
ରଚନା-ଲକ୍ଷ୍ମୀଧର ପଣ୍ଡା ଶର୍ମା
କରଡାପଲ୍ଲୀ, ବାବିଲ, କଳାପଥର, କଟକ।
ଛଇଳା ମଣି, ଛିଛି ଏକି ରୀତି କରୁଛ
ଛନ୍ଦି ବାହୁବନ୍ଧେ ଚାନ୍ଦବଦନା ସୁରତି ଇଛ ।୦।
ଛଳଛାଡି କଳଗୀରା, କୋଳେ ଆସ କେଳିଧୀରା
ଛଣାସୁଧା ଜିଣା ବାଣୀ, ଭଣି ମନୁ ମାନପୋଛ ।୧।
ଛନକା ଦିଏ ମଦନ, ଚମକାଇ ତନୁମନ
ଛବିଛଟାରେ ହଟାଇ, ଫୁଟାଇଦେ ହାସସ୍ବଛ ।୨।
ଛ ପଦ ଛାଡି ସୁମନା, ବଞ୍ଚିଛି କାହିଁ ସୁମନା
ଛଦ୍ମ ନୁହେଁ ଲତାକୁ ହିଁ, ସାହା ଏକା ସିନା ଗଛ ।୩।
ଛତି ଟେକିବୁ ସଂସାରେ, ବତିଶ ଲାଞ୍ଛନା ବାରେ
ଛଦନ କର ତୋ ଛାଇ, ଲକ୍ଷ୍ମୀଧରେ ନୋହି ପଛ ।୪