Issue Date
6 Jun, 2020

Genres
"ଗ"ଅନୁପ୍ରାସ ଗୋବିନ୍ଦ ସ୍ତବନ
ରଚନା- ଗାୟକ ଜ୍ଞାନଗୌରବ ଲକ୍ଷ୍ମୀଧର ପଣ୍ଡାଶର୍ମା
କରଡାପଲ୍ଲୀ, ବାଣିଆ, କଳାପଥର,
କଟକ, ୭୫୪୦୦୯

ଗଉଡୁଣୀ ଗଣ୍ଠିଧନ,ଗୋବର୍ଦ୍ଧନ ଗିରିଧାରୀ
ଗୋପାଳ ଗୋକୁଳାନନ୍ଦ, ଗୋପତି ଗୋପବିହାରୀ ।୦।
ଗଳାରେ ଗୁଞ୍ଜାରମାଳ, ଗଜମୋତି ସଙ୍ଗେ ମେଳ
ଗଣ୍ଡେ ମୃଗମଦ ଚିତ୍ର, ଗୋରଚନା ଶିରୀ ଧାରୀ ।୧।
ଗାରିମା ଗ୍ରସ୍ତ ସ୍ବରଗ, ଗୌରବ ଘାତେ ଆଶୁଗ
ଗୋବିନ୍ଦ ପଦବୀ ବେଗ, ଗଲା ଉଗ୍ର ତେଜ ହାରି ।୨।
ଗେଲେ ଗେଲେ ଗୁଢପଦ, ଗର୍ବ ଅଭିମାନ ପଦ
ଗଭୀର କାଳିନ୍ଦୀ ହ୍ରଦ, ଗତଭୀ ହେଲ ବିହାରୀ ।୩।
ଗ୍ରାହ ଗ୍ରାସୁ ଗଜ ତ୍ରାତା, ଗ୍ରଥିତ ପୁରାଣ ବାର୍ତ୍ତା
ଗୀତେ ଗାଏ ଲକ୍ଷ୍ମୀଧର, ଗୁଣି ନାମ ହେବ ପାରି ।୪।